Odisha govt Preparedness for Cyclone Arnab: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡିଶା ସରକାରଙ୍କ ବ୍ୟାପକ ପ୍ରସ୍ତୁତି,କୃଷି,ଶକ୍ତି,ମତ୍ସ୍ୟ ଓ ପ୍ରାଣୀସମ୍ପଦ,ପଞ୍ଚାୟତିରାଜ ଓ ପାନୀୟ ଜଳ,ଗ୍ରାମ୍ୟ ଉନ୍ନୟନ,ଜଳସମ୍ପଦ,ଅଗ୍ନିଶମ,ଓଡ୍ରାଫ୍ଟ ବିଭାଗକୁ ସଜାଗ ରହିବାକୁ ନିର୍ଦେଶ।
Odisha govt Preparedness for Cyclone Arnab: Published by :-Greatfuture Info ଭୁବନେଶ୍ୱର, ୨୪/୧୦/୨୦୨୬: ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଧନଜୀବନ କ୍ଷୟକ୍ଷତି ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କୃଷି, ଶକ୍ତି, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ଏବଂ ଜଳସମ୍ପଦ ବିଭାଗ ସମେତ ଅଗ୍ନିଶମ ସେବା ଓ ଓଡ଼ିଶା ବିପର୍ଯ୍ୟୟ ଦ୍ରୁତ କାର୍ଯ୍ୟାନୁଷ୍ଠାନ ବାହିନୀ (ଓଡ୍ରାଫ୍)କୁ ସଜାଗ ରଖାଯାଇଛି। ଜରୁରିକାଳୀନ ପରିସ୍ଥିତିରେ ତ୍ୱରିତ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ସୁନିଶ୍ଚିତ କରିବା ସହ ଆବଶ୍ୟକ ମାନବସମ୍ବଳ ଓ ଯନ୍ତ୍ରପାତି ପ୍ରସ୍ତୁତ ରଖିବାକୁ ଗୁରୁତ୍ୱ ଦିଆଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ବାତ୍ୟା ଓ ବର୍ଷା ଯୋଗୁଁ ଫସଲର କ୍ଷୟକ୍ଷତି ହ୍ରାସ କରିବାକୁ କୃଷକମାନଙ୍କ ପାଇଁ ଆବଶ୍ୟକ ପରାମର୍ଶ ଜାରି କରାଯାଇଛି। ୮୦ରୁ ୮୫ ପ୍ରତିଶତ ପାଚିଥିବା ଧାନକୁ ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବା ସହ ଅମଳ ହୋଇଥିବା ଫସଲକୁ ପଲିଥିନ୍ରେ ଘୋଡ଼ାଇ ରଖିବାକୁ କୁହାଯାଇଛି। ଅତିରିକ୍ତ ବର୍ଷାଜଳ ନିଷ୍କାସନ ପାଇଁ ଜମିରେ ଥିବା ନାଳଗୁଡ଼ିକୁ ସଫା ରଖିବା ଏବଂ ସାର ଓ କୀଟନାଶକ ପ୍ରୟୋଗକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ପାଚିଥିବା ମକା, ମାଣ୍ଡିଆ, ମୁଗ, ବିରି, ଅନ୍ୟାନ୍ୟ ଡାଲିଜାତୀୟ ଫସଲ ଓ ଅମଳ...